ଶୁକ୍ରବାର, ମାର୍ଚ୍ଚ 30, 2012

ଅଭିଯୋଗ

Romantic Poetry
ମାପ ନାହିଁ କେବେ ମୋର ପ୍ରେମକୁ ଆଉ କହ ସାଥେ...
ଗଭୀରତା ମପା ଯାଏ କି କେବେ ଭାବନା ର ହାତେ.

ଭଲ ପାଅ କେତେ ତୁମେ ମୋତେ ,ଜାଣିଛି ପ୍ରିୟା ମୁଁ...
କାହିଁକି ବା ହୃଦୟରେ ଜାଗା ଦେବୀ ଆଉ କାହାକୁ .

ଆଉ କାହା ପ୍ରେମେ ପ୍ରିୟା ଅନ୍ଧ ହେଇ ଯାଇ...
ତୁମୋକୁ ଭୁଲି ଯାଇଥିଲି କିଛି କ୍ଷଣ ପାଇଁ .

ଫେରି ଆଶିଚ ତୁମେ ଆଜି ମୋ ଜୀବନରେ ...
ଅଭିଯୋଗ୍ କରିବାକୁ ଦେବିନୀ ଭୁଲିଗଲ ବୋଲି ପରେ .

କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

ଗୁରୁବାର, ମାର୍ଚ୍ଚ 29, 2012

ଗଭୀରତା

Romantic Poetry
କେତେ ଭଲ ପାଇବା ଅଛି ତୁମ ପାଇଁ କେବେ ପାଖକୁ ଆସି ଦେଖ...
ଦୁର ରେ ରହି କଣ ପାଇଁ ତୁମେ ପ୍ରେମ ଗଭୀରତା ମାପ.


ଦୁର ରେ ରହିଲେ ପ୍ରେମର ଗଭୀରତା ଅଧିକା ହୁଏ...
ତଥାପି ଦୁରେଇ ଗଲେ ତୁମେ କଣ ପାଇଁ ମୁଁ ଅଥୟ ହୁଏ.


ନିର୍ଜନ ରାସ୍ତା ରେ ଏକା କେବେ ମତେ ଛାଡି ଯିବନାହିଁ...
ରାଣ ରହିଲା କେବେ ମୋ ଭଲ ପାଇବା ଭୁଲିବନୀ .


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

ବୁଧବାର, ମାର୍ଚ୍ଚ 28, 2012

ଭୁଲ୍ କରିନି ମୁଁ...

Sad Poetry
ଭୁଲ୍ କରିନି ମୁ ଭଲ ପାଇ ପ୍ରିୟା ତତେ...
ସମୟ ତ ଠକି ଦେଲା ମଝି ରାସ୍ତା ରେ ମତେ.


ଭାବୀଥିଲି ଯିବି ତୋ ସଂଗେ ବାଟ ବହୁ ଦୁର...
ପାରୁନି ଆଜି ଚାହିଁକୀ ବି ତୋତେ କରି ମୁଁ ନିଜର.


କାହିଁକି ବା ଦୋସ ଦେବୀ ଆଜି ମୁଁ କାହାକୁ...
ଯାଇଛି ତ ଦୁରେଇ ଭଲ ପାଇଥିଲି ଯାହାକୁ.


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

ସୋମବାର, ମାର୍ଚ୍ଚ 26, 2012

ହସତ ଗୋଟେ ବାହାନା...


Sad Poetry
Sad Poetry
ହସତ ଗୋଟେ ବାହାନା ସାଜିଛି ଲୁଚେଇ ଚାଲିଛି ଲୁହ...
ତୁମୋ ଠୂ ଅଲଗା କେମିତି ରହିବି ତୁମେ ହିଁ ନିଜେ କୁହ.


ଭୁଲି ଜାଅ ପ୍ରିୟା ତୁମେ ,କହିବି ପାରୁନି ଆଜି...
ଇଚ୍ଛା ନାହିଁ ବଂଚିବାକୁ ତୁମ ପ୍ରତାରକ ସାଜି.


ଜୀବନ ରେ କେବେ ଯଦି ଦେଖା ହୁଏ କୋଉ ବାଟ ରେ...
ଚାଲି ଯିବ ରାସ୍ତା କାଟି ହସ ଦେଇ ଟିକେ ଓଠୋ ରେ.


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି

କେବେ ଭାବୀଛ କି ???

Sad Poetry
Sad Poetry
ଆଉ କାହା ପାଇଁ ଲେଖିବୀ ମୁ କବିତା କେବେ ତୁମେ ଭାବିଛକୀ???
ଛାଡି ଦେଇ ଆଜି ଚାଲିଗଲ ପ୍ରିୟା ଆଜି ମୁଁ ଏକା ରହି ପାରିବିକୀ?


ନିମିସକ ପାଇଁ ହଜି ଯାଇଥିଲି ଆଉ କାହା ମାୟା ଜାଲେ...
ପ୍ରଥମ ପ୍ରେମର ଛୁଆଁ କୁ କିଏ ଅବା ଭୁଲି ପାରେ.


ସବୁ ରାଗ ଆଉ ଅଭିମାନ ସବୁ ମନ ରୁ ଦିଅ ଗୋ ପୋଛି...
ରାଣ ଖାଇ ଆଜି କହୁଛି ମୁଁ ପ୍ରିୟା ଭୁଲିବିନି ଆଉ କିଛି.


ଆଉ କେବେ ଦୋସ ଦେବିନୀ ତୁମର ସବୁ ସହିଜୀବୀ ନିଜେ...
ଫେରି ଆସିବ ତୁମେ ମୋରୀ ଜୀବନେ ମନ ମୋ ତୁମୋକୁ ଖୋଜେ.


କବି:-
ସ୍ଥିତ ପ୍ରଜ୍ଞ ମହାନ୍ତି